ପାଟଣାଗଡ଼ ତହସିଲଦାରଙ୍କୁ ଘେରିଲେ ଚାଷୀ

Spread the love

ବିକଶିତ ଓଡିଶା ନ୍ୟୁଜ, ବଲାଙ୍ଗିର। ସାର ପାଇଁ ତାତିଲେ ଚାଷୀ। ବଲାଙ୍ଗିର ଜିଲ୍ଲା ସୁନାମୁଦି ସମବାୟ ସମିତିରେ ୟୁରିଆ ସାର ନ ମିଳୁଥିବାରୁ ଚାଷୀ ଅସନ୍ତୋଷ l ସାର କାହା କାହାକୁ ଦିଆହେଲା ତାର ବିବରଣୀ ଦିଆଯାଉ ବୋଲି ଚାଷୀ ଦାବି କରିଥିଲେ l ହେଲେ ତାଙ୍କ କଥା କେହି ଶୁଣୁନାହାନ୍ତି । ଏହାର ସମାଧାନ ପାଇଁ ତହସିଲଦାର ଓ କୃଷି ବିଭାଗ ଅଧିକାରୀ ଏବଂ ଏଆରସିଏସ୍ ସମବାୟ ସମିତିକୁ ପହଞ୍ଚିଥିବା ବେଳେ ଚାଷୀମାନେ ତାଲା ମାରି ଅଟକ ରଖିଥିଲେ । ଖବର ପାଇ ପାଟଣାଗଡ ପୋଲିସ ସେଠାରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲା । ସେପଟେ ଅଟକ କଥାକୁ ତହସିଲଦାର ଅସ୍ୱୀକାର କରିଛନ୍ତି l

ସଂଜୀବ କୁମାର ପୁରୋହିତ

Leave a Reply

Your email address will not be published. Required fields are marked *

More from this category

ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବପାଳନ

ବଜ୍ରପାତ ସତର୍କତା

କେମିତି ପାର୍ଟନର ଆମେରିକା, ଯିଏ ୩୫ ଥର … ପିଏମଙ୍କ ବୟାନ ଉପରେ କଂଗ୍ରେସର ତାତ୍ସଲ୍ୟ