ବଲାଙ୍ଗିର ସହରରେ ବୁଲା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା ପ୍ରୟାସ ଆରମ୍ଭ

Spread the love

ବିକଶିତ ଓଡିଶା ନ୍ୟୁଜ,ବଲାଙ୍ଗିର: ସହରରେ ରାତି ସମୟରେ ରାସ୍ତା ଉପରେ ବୁଲୁଥିବା ଗାଈମାନଙ୍କ ଯୋଗୁ ହୋଇଥିବା ଦୁର୍ଘଟଣାକୁ ରୋକିବା ଏବଂ ଚାଳକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜିଠୁ ଗୋଟିଏ ନୂଆ ସୁଭ ପ୍ରୟାସ ଆରମ୍ଭ କରାଯାଇଛି। ବଲାଙ୍ଗିର ଜିଲ୍ଲା ପୋଲିସ, କର୍ତ୍ତବ୍ୟ ଫାଉଣ୍ଡେସନ ଏବଂ ବିଜେପି ଯୁବ ମୋର୍ଚ୍ଚାଙ୍କ ମିଳିତ ଉଦ୍ୟମରେ ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା କାର୍ଯ୍ୟ ଆଜି ସର୍କିଟ୍‌ ହାଉସ ରାସ୍ତାରୁ ଆରମ୍ଭ ହୋଇଛି।ଏହି ରେଡିୟମ ବେଲ୍ଟ ରାତି ସମୟରେ ଗାଡିର ଆଲୋକରେ ଚମକି ଉଠିବ, ଯାହା ଚାଳକମାନଙ୍କୁ ଗାଈ ଥିବା ସ୍ଥାନ ଚିହ୍ନଟ କରିବାରେ ସହାୟକ ହେବ। ଏହା ଦ୍ୱାରା ରାସ୍ତା ଦୁର୍ଘଟଣା ହ୍ରାସ ହେବା ସହିତ ପଶୁ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି।        ଏହି ପ୍ରୟାସରେ ପୋଲିସ ବିଭାଗ ସହିତ ଯୁବମୋର୍ଚ୍ଚା ସଦସ୍ୟମାନେ ଓ କର୍ତ୍ତବ୍ୟ ଫାଉଣ୍ଡେସନର ସେବକମାନେ ଉତ୍ସାହଭରିତ ଭାବରେ ଅଂଶ ନେଇଥିଲେ। ସେମାନେ ସହରର ବିଭିନ୍ନ ଅଞ୍ଚଳ ଘୁରି ବୁଲୁଥିବା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ।ଆୟୋଜକମାନଙ୍କ କହିବା ଅନୁସାରେ, ଏହି ଉଦ୍ୟମ ଏକ ଦିନର କାର୍ଯ୍ୟ ନୁହେଁ, ଆଗାମୀ ଦିନଗୁଡିକରେ ମଧ୍ୟ ଏହାକୁ ଜାରି ରଖାଯିବ ଯାହାଦ୍ୱାରା ସମସ୍ତ ବୁଲା ଗାଈମାନେ ଏହି ବେଲ୍ଟ ପିନ୍ଧିପାରିବେ। ସେମାନେ ସମସ୍ତ ସହରବାସୀଙ୍କୁ ଏହି ଉଦ୍ୟମରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ଏବଂ କହିଛନ୍ତି ଯେ  “ଆପଣମାନଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଏହି ପ୍ରୟାସ ସଫଳ ହେବ।”.                      

                                    ସଂଜୀବ କୁମାର ପୁରୋହିତ 

                                        Chief Editor

Leave a Reply

Your email address will not be published. Required fields are marked *

More from this category

ପାଟଣାଗଡ଼ କୁ ହରାଇ ବଲାଙ୍ଗୀର ୱେଷ୍ଟନ ଇଲେଭେନ ଚ୍ୟାମ୍ପିଅନ୍ ।

ବେଆଇନ ଦାଦନ ଚାଲାଣ ହେଉଥିବାବେଳେ ମାଡ଼ିବସିଲା ବେଲପଡା ପୋଲିସ

ବଲାଙ୍ଗୀର ଭୀମଭୋଇ ମେଡିକାଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ବନ୍ୟପ୍ରାଣୀ ସପ୍ତାହ 2025 ପାଳନ – ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପେଡାଲ୍ ରାଲି