ବିକଶିତ ଓଡିଶା ନ୍ୟୁଜ,ବଲାଙ୍ଗିର :ପେଟ୍ରୋଲିଂ କାର୍ଯ୍ୟ ସମୟରେ ଦିନାଙ୍କ ୦୬.୧୦.୨୦୨୫ ତାରିଖ ସକାଳ ପ୍ରାୟ ୧୦.୧୫ ବେଳେ, ପାଟଣାଗଡ଼ ବିଭାଗ ଅଧୀନ ଟିକ୍ରାପଡ଼ା ସେକ୍ସନର କୁଡାସିଙ୍ଗା ଗ୍ରାମ ନିକଟରେ ଗୋଟିଏ ସନ୍ଦିଗ୍ଧ ଗାଡ଼ିକୁ ରେଞ୍ଜ କର୍ମଚାରୀମାନେ ଅଟକାଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଗାଡ଼ିଟି (ନମ୍ବର OD 03M 0280) ଭିତରେ ଅବୈଧ ଭାବରେ କେନ୍ଦୁ କାଠ ବୋଝାଯାଇଥିବା ଚିହ୍ନଟ ହୋଇଥିଲା। ତତ୍କ୍ଷଣାତ୍ କର୍ମଚାରୀମାନେ ଗାଡ଼ିଟି ସହ ଥିବା ସମସ୍ତ କେନ୍ଦୁ କାଠ ଜବତ କରି ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଆଣି ରଖିଥିଲେ।

ଏହି ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ସୂଚିତ କରାଯାଇଛି ଏବଂ ଘଟଣା ସମ୍ପର୍କରେ ଆଗୁକୁ କାନୁନି ତଦନ୍ତ ଓ ପଦକ୍ଷେପ ଜାରି ରହିଛି।
ବନ ବିଭାଗ ପକ୍ଷରୁ ଏହି ପ୍ରକାର ଅବୈଧ କେନ୍ଦୁ ପତ୍ର ପରିବହନ ଉପରେ ଦୃଢ଼ ନଜର ରଖାଯାଉଛି ଏବଂ ଭବିଷ୍ୟତରେ ଏପରି ଅବୈଧ କାର୍ଯ୍ୟ ରୋକିବାକୁ ନିୟମିତ ପାଟ୍ରୋଲିଂ ଜାରି ରହିବ।ସଂଜୀବ କୁମାର ପୁରୋହିତ
Chief Editor

Leave a Reply