ବିକଶିତ ଓଡିଶା ନ୍ୟୁଜ, ବଲାଙ୍ଗୀର : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ତରଫରୁ ବଜ୍ରପାତ ସତର୍କତା ସମ୍ବନ୍ଧୀୟ ୩ଟି ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ରଥ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ,୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୨ଟି ପୌରପରିଷଦ ଗସ୍ତ କରି ଜନସାଧାରଣଙ୍କୁ ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉଛି ଏଥିରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟମାନ ଅବଲମ୍ଭନ କରି ଜୀବନ ହାନିରୁ ରକ୍ଷା ପାଇ ପାରିବା ଏହା ହିଁ ସଚେତନତା ରଥର ମୁଖ୍ୟ ଉଦ୍ଦେଶ୍ୟ, ଏହା ସହ ସାପ କାମୁଡା (ସର୍ପାଘାତ) ହୋଇଥିଲେ କଣ କରିବା ଉଚିତ କଣ ନକରିବା ଉଚିତ ର ସଚେତନତା ବାର୍ତ୍ତା ମଧ୍ୟ ଏହି ରଥ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ରାମ ନାରାୟଣ ମିଶ୍ର, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ, ମହେନ୍ଦ୍ର ସ୍ଵାଇଁ, ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
ସଂଜୀବ କୁମାର ପୁରୋହିତ

Leave a Reply