ପାଟଣାଗଡ଼ କୁ ହରାଇ ବଲାଙ୍ଗୀର ୱେଷ୍ଟନ ଇଲେଭେନ ଚ୍ୟାମ୍ପିଅନ୍ ।

Spread the love

ବିକଶିତ ଓଡିଶା ନ୍ୟୁଜ,ବଲାଙ୍ଗିର: ଇତିହାସ ରେ ଦଶନ୍ଧି ପରେ ୯୦ ଓଭର ଟେଷ୍ଟ ମ୍ୟାଚ୍ ଆରମ୍ଭ ସହ ଉଦଯାପିତ।ବଲାଙ୍ଗୀର ଡିଷ୍ଟ୍ରିକ୍ଟ୍ ପାଇନର କ୍ରିକେଟ୍ ଏକାଡେମୀ ତରଫରୁ ଖୁଜେନ ପାଲି ଏଫ୍ ସି ଆଇ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ୯୦ ଓଭର ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ଗତ ୨/୧୦/୨୦୨୫ ରୁ ଶୁଭାରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ ପାଣିପାଗ ଯୋଗୁଁ ବାତିଲ ହୋଇ ପୁଣି ଗତ ୧୧/୧୦/୨୦୨୫ ରେ ଆରମ୍ଭ ହୋଇଥିଲା ।.         ଯେଉଁଥିରେ ଡିଷ୍ଟ୍ରିକ୍ଟ୍ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର,ପାଟଣାଗଢ଼ ଲାୟସ୍ କ୍ଲବ୍, ସୋନପୁର କ୍ରିକେଟ୍ ଏସୋସିଏସନ୍,ଏବଂ ୱଷ୍ଟର୍ନ ଇଲେଭେନ୍ ବଲାଙ୍ଗୀର ଦଳ ଭାଗ ନେଇ ଖେଳ ଆରମ୍ଭ ହୋଇଥିଲା। ପ୍ରତିଦିନ ଗୋଟେ ଦଳ ଅଲ୍ ଆଉଟ୍ ନ ହେବା ଯାଏଁ ୯୦ ଓଭର ଖେଳିବ ଓ ବିପରୀତ ଦଳ ପୁଣି ୯୦ ଓଭର ଚେଜ୍ କରିବ।ଏହି ପ୍ରକିୟା ରେ ଆରମ୍ଭ ହୋଇଥିବା ବଲାଙ୍ଗୀର ରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ କୌଣସି ଦଳ ୪୫ ଓଭର ରୁ ଉର୍ଦ୍ଧ୍ବ କ୍ରିଜ୍ ରେ ରହିପାରିନଥିଲେ।ପ୍ରତିଦିନ ପାଖାପାଖି ୭୫ ଓଭର ମ୍ୟାଚ୍ ଖେଳ ହୋଇ ବିଜେତା ଉପବିଜେତା ଘୋଷିତ ହୋଇଥିଲେ।ତେବେ ପ୍ରଥମ ମ୍ୟାଚ୍ ଡିଷ୍ଟ୍ରିକ୍ଟ୍ ପାଇନର ବନାମ ଲାୟନସ୍ ପାଟଣାଗଡ଼ ମଧ୍ୟରେ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ କେହି ଆଖି ଦୃଷିଆ ସ୍କୋର ନ କରି ପାଇନର ଏକାଡେମୀ ୩୯.୧ ଓଭର ଖେଳି କେବଳ ୧୧୨ ରନ ସଂଗ୍ରହ କରିଥିଲେ। ଫଳରେ ପାଟଣାଗଢ଼ ୨୦ ଓଭର ଖେଳି ୧୧୩ କରି ବିଜେତା ହୋଇଥିଲେ। ଦ୍ୱିତୀୟ ଦିନ ସୋନପୁର ବନାମ ୱଷ୍ଟର୍ନ ଇଲେଭେନ ଟେଷ୍ଟ ମ୍ୟାଚ୍ ରେ ସୋନପୁର ଦଳ ବ୍ୟାଟିଙ୍ଗ ନେଇ ୩୭.୨ ଓଭର ରେ ୧୨୩ ରନ ସଂଗ୍ରହ କରିଥିଲେ। ୱିଷ୍ଟର୍ନ ଇଲେଭେନ ୨୪ ଓଭର ରେ ଆବଶ୍ୟକ ୧୨୪ ରନ ସଂଗ୍ରହ କରି ବିଜେତା ହୋଇଥିଲେ।ତେବେ ଉଭୟେ ଦଳ ବିଜେତା ପାଟଣା ଗଡ଼ ଏବଂ ୱଷ୍ଟେନ୍ ଇଲେଭେନ ଦଳ ଫାଇନାଲ ଖେଳିଥିଲେ।          ପାଟଣାଗଡ଼ ୪୩.୫ ଓଭର ଖେଳି ୧୪୩ ରନ କରିଥିବା ବେଳେ ୱେଷ୍ଟର୍ନ ଇଲେଭେନ୍ ୩୭ ଓଭର ରେ ୬ ୱିକେଟ ହରାଇ ଆବଶ୍ୟକ ରନ ୧୪୪ କରି  ଚ୍ୟାମ୍ପିଅନ  ହୋଇଥିଲେ। ସେପଟେ ଉଦଯାପନୀ ଉତ୍ସବ ରେ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେ ଇଥିବା ବେଳେ,ଜିଲ୍ଲା ଏଥେଲେଟିକ ସଂଘ୍ ସଦସ୍ୟ ଶ୍ରୀଯୁକ୍ତ ହରିବନ୍ଧୁ ପାଣି,ବରିଷ୍ଠ କ୍ରୀଡାବିତ୍ ତଥା ପୂର୍ବତନ ରଞ୍ଜୀ ଖେଳାଳୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ମିଶ୍ର, ମେହଫିଲ ରେଷ୍ଟୁରାଣ୍ଟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର,କୋଟା ଇନ୍ସପାୟାର ଇନଚିଟ୍ୟୁଉଟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବ୍ରତ ଏବଂ ପବିତ୍ର ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୯୦ ଓଭର ଟେଷ୍ଟ ମ୍ୟାଚ୍ ରେ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଦୁଇଟି ମ୍ୟାଚ୍ ରେ ୭୬ ରନ କରି ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଭବ୍ୟ ସଞ୍ଜୟ ପଧାରିଆ,୨ଟି ମ୍ୟାଚ୍ ରେ ୮ ୱିକେଟ ନେଇ ବେଷ୍ଟ ବୋଲର ଭାବେ ରାମଜୀ ଦାସ, ମେନ୍ ଅଫ ଦି ସିରିଜ ରାମଜୀ ଦାସ,୪ଟି କ୍ୟାଚ ନେଇ ବେଷ୍ଟ ଫିଲ୍ଡର ଗଣେଶ ବାଗ,ଏବଂ ସୋନପୁର ଏସୋସିଏସନ୍ ଯୁବ ପ୍ରତିଭା ଭାବେଶ ଗୋଟେ ମ୍ୟାଚ ରେ ତିନୋଟି ୱିକେଟ ନେଇ ଏମାରଜିଙ୍ଗ ଖେଳାଳୀ ଭାବେ ପୁରସ୍କୃତ୍ ହୋଇଥିବା ବେଳେ ପାଟଣାଗଡ଼ ଲାୟନସ୍ କ୍ଲବ ଉପବିଯେତା ଏବଂ ୱଷ୍ଟର୍ନ ଇଲେଭେନ୍ ବଲାଙ୍ଗୀର ବିଜେତା ଭାବେ ଉଭୟେ ଦଳ ଟ୍ରଫି ଗ୍ରହଣ କରିଥିଲେ।୯୦ ଓଭର ବିଶିଷ୍ଟ ଟେଷ୍ଟ ସୀରିଜ ର ସମସ୍ତ ଖେଳ ପରିଚାଳନା କରିଥିଲେ ସମୀର କୁମ୍ଭାର ଏବଂ ନନ୍ଦୁ ଭୋଇ ପ୍ରତିଦିନ ସ୍କୋର ର ଦାୟିତ୍ଵ ତୁଲାଇଥିଲେ ରୋହିତ ପୁରୋହିତ,ଆଦର୍ଶ ଦାସ,ଆୟୁଷ କୁମାର ଠାକୁର ଆନିଷ ବାଗ, ଆର୍ଯନ୍ କୁମାର ଠାକୁର,ବିଶେଷ ସହଯୋଗ କରିଥିଲେ କ୍ରିକେଟ୍ ଖେଳାଳୀ ବାବୁଲୁ ସେଠୀ,ଆଶିଷ,ଗୋଲକ ସିଂ ଦେଓ,ଏବଂ ଆଶିଶ ଙ୍କ ଦଳ ର ସମସ୍ତ ଖେଳାଳୀ,ମଞ୍ଚ ପରିଚାଳନା କରିଥିଲେ ନିରୋଜ କୁମାର ମିଶ୍ର, ପୁରସ୍କୃତ ବିବରଣୀ ପାଠ କରିଥିଲେ ରଶ୍ମିରଞ୍ଜନ ପଟ୍ଟନାୟକ। ଡିଷ୍ଟ୍ରିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ,ବିକାଶ ମିଶ୍ର,ସନ୍ତୋଷ ପାଣିଗ୍ରାହୀ,ଏବଂ ରଞ୍ଜନ କୁମାର ଠାକୁର ସମସ୍ତ ଖେଳାଳୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଯେପରି ଖେଳାଳୀ ମାନେ ଶ୍ରମ ଓ ଶୃଙ୍ଖଳା ରେ    ଆଗେଇଛନ୍ତି,ସେପରି ଏହି ଯୁବ ଶକ୍ତି ଆମ ବଲାଙ୍ଗୀର      କ୍ରିକେଟ୍‌କୁ ନୂତନ ଶିଖରକୁ ନେଇଯିବେ।”

ସଂଜୀବ କୁମାର ପୁରୋହିତ                                                 Chief Editor

Leave a Reply

Your email address will not be published. Required fields are marked *

More from this category

ବେଆଇନ ଦାଦନ ଚାଲାଣ ହେଉଥିବାବେଳେ ମାଡ଼ିବସିଲା ବେଲପଡା ପୋଲିସ

ବଲାଙ୍ଗିର ସହରରେ ବୁଲା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା ପ୍ରୟାସ ଆରମ୍ଭ

ବଲାଙ୍ଗୀର ଭୀମଭୋଇ ମେଡିକାଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ବନ୍ୟପ୍ରାଣୀ ସପ୍ତାହ 2025 ପାଳନ – ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପେଡାଲ୍ ରାଲି